
ଭୁବନେଶ୍ୱର– ଶୈଳବାଳା ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ମହାନ ନେତ୍ରୀ ତଥା ନାରୀ ଶିକ୍ଷାର ବାର୍ତ୍ତାବହ ଶୈଳବାଳା ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସମାଜସେବାଠୁ ଆରମ୍ଭ କରି ଓଡ଼ିଶାର ମହିଳାଙ୍କୁ ଆଗକୁ ଆଣିବା ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସାମିଲ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ।