
ନୂଆଦିଲ୍ଲୀ– ଦିଲ୍ଲୀ କ୍ୟାପିଟାଲର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅଥିୟା ସେଟ୍ଟୀଙ୍କ ଘରକୁ ଆସିଲା କୁନି ପରୀ । ଅଥିୟା ସେଟ୍ଟୀ ଏକ କୁନି ଝିଅକୁ ଜନ୍ମ ଦେଇଛନ୍ତି । ସେ ଇନଷ୍ଟାରେ ଏକ ମିଳିତ ପୋଷ୍ଟ ଜରିଆରେ ଏହି ଖୁସି ଖବର ସେୟାର କରିଛନ୍ତି ।
ରାହୁଲ ଓ ଅଥିୟା ଗତ ବର୍ଷ ନଭେମ୍ବର 8ରେ ସୋସିଆଲ ମିଡିଆରେ ତାଙ୍କ ପ୍ରେଗନାନ୍ସି ଘୋଷଣା କରିଥିଲେ । ସେ ପୋଷ୍ଟରେ ଲେଖିଛନ୍ତି ଯେ, ଆମର ସୁନ୍ଦର ଆଶୀର୍ବାଦ ଶୀଘ୍ର ଆସୁଛି-2025 ।