
ଇମ୍ଫାଲ– ମଣିପୁରରେ ସୁରକ୍ଷାବଳ ବିଭିନ୍ନ ସଂବେଦନଶୀଳ ଅଂଚଳରେ ତଲାସୀ ଅଭିଯାନ ସମୟରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ପୋଲିସ ମୁଖପାତ୍ର ଆଜି କହିଛି ଯେ, ଚୁରାଚାନ୍ଦପୁର ଜିଲ୍ଲାରେ ଡାଂପି ରିଜର ତଲହଟୀ ସ୍ଥିତ ମାଓଜାଂଗ ଓ ଡାଂପି ଗାଁରେ ଅଭିଯାନ ସମୟରେ ଏକେ-47 ରାଇଫଲ, ଏକେ 303 ରାଇଫଲ, ଗୋଟିଏ 12 ବୋର୍ ରାଇଫଲ, ଗୋଟିଏ ଡବଲ ବ୍ୟାରେଲ ରାଇଫଲ, ଗୋଟିଏ ମଡିଫାଏଡ ଏସକେଏସ ରାଇଫଲ୍, ଦୁଇଟି ଲଗ୍ସ ରେଂଜ ମୋର୍ଟାର, ହ୍ୟାଣ୍ଡ ଗ୍ରେନେଡ, କାରସୁତ, ପାଇପ୍ ବୋମା, ହେଲମେଟ୍, ବୁଲେଟ ଫ୍ରୁଫ୍ ଜ୍ୟାକେଟ୍, ୱାକିଟକି ଜବତ ହୋଇଛି ।