
ଅହମଦାବାଦ– ଗୁଜୁରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ବିରୋଧରେ ଦାୟର୍ ମାନହାନି ମାମଲାରେ ବଡ ଫଇସଲା ଦେଇଛନ୍ତି କୋର୍ଟ। ଅହମଦାବାଦ ସେସନ୍ସ କୋର୍ଟରେ ଦୁଇ ନେତାଙ୍କ ଉପରେ ୧୦ – ୧୦ ହଜାର ଟଙ୍କା ଜରିମାନା ସହିତ ସେସନ୍ସ କୋର୍ଟ ପୁର୍ନବିଚାର ଆବେଦନକୁ ଶୁଣାଣି ନିମନ୍ତେ ସ୍ୱୀକାର କରିଛନ୍ତି । ଏଥିରେ ପୂର୍ବ ମେଟ୍ରୋ କୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ । ନିର୍ଦ୍ଧାରିତ ସମୟ ସୀମା ବିତି ଯିବା ପରେ ଦୁଇ ନେତା ଆଡଭୋକେଟଙ୍କ ମାଧ୍ୟମରେ ମଙ୍ଗଳବାର ସେସନ୍ସ କୋର୍ଟରେ ପହଂଚିଥିଲେ ଏବଂ ଆବେଦନ ଦାଖଲ କରିଥିଲେ ।