
ଜମ୍ମୁ– ଜମ୍ମୁ କଶ୍ମୀର ବିଧାନସଭାରେ ବିରୋଧ ସତ୍ତ୍ୱେ ମଙ୍ଗଳବାର ଏକ ସଂଶୋଧନ ବିଧେୟକ ଜରିଆରେ ରାଜ୍ୟକୁ କେନ୍ଦ୍ରଶାସିତ ମାନ୍ୟତା ପ୍ରଦାନ କରାଯାଇଛି । ଗୃହରେ ବିଧେୟକକୁ ଉପସ୍ଥାପିତ କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା କହିଛନ୍ତି ଯେ, ଏହା ଏକ ବାସ୍ତବିକତା ଯେ, ଜମ୍ମୁ କଶ୍ମୀର ଏକ କେନ୍ଦ୍ରଶାସିତ ଅଂଚଳ ଅଟେ । ବିରୋଧ କରିବା ପରେ ବିଧେୟକକୁ ଏନସି, କଂଗ୍ରେସ ଓ ତାଙ୍କ ସହଯୋଗୀଙ୍କ ସମର୍ଥନରେ ଧ୍ୱନିମତରେ ପାରିତ କରାଯାଇଛି ।