
ସମ୍ବଲପୁର– ଜମି ଅଧିଗ୍ରହଣ ବିସ୍ଥାପନ ଓ ପୁନରୁଦ୍ଧାର ନିୟମ ଖିଲାପ୍ ବିରୁଦ୍ଧରେ ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀରୁ ଶହଶହ ମହିଳା ଓ ପୁରୁଷ ଯୁବନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏନଟିପିସି ଦର୍ଲିପାଲୀ ତାପଜ ବିଦ୍ୟୁତ୍ କମ୍ପାନୀର ବେନିୟମ କାମ ଯେତିକି ଉଜାଗର ହେବାରେ ଲାଗିଛି, ଏବେ ସେତିକି ଚାପରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ଅଧିକାରୀ । ଆର୍ ଟି ଆଇ ରିପୋର୍ଟରେ ଗ୍ରାମସଭାକୁ ଅବୈଧ କୁହାଯାଇଥିବା ବେଳେ, ଏସ୍ ପଣ୍ଡ ଓ କେପ୍ତିଭ ପ୍ଲାଣ୍ଟ କେଉଁ ଜାଗାରେ ହେବ ଓ ଯଦି ହେବ ଏହା ଉପରେ କଣ ଅଭିଯୋଗ ଅଛି ତା ସହିତ ଜମି ଅଧିଗ୍ରହଣ ଓ ତାର ପ୍ରାପ୍ୟକୁ ନେଇ କଣ କରାଯିବ ଲୋକଙ୍କ ଠାରୁ ସହମତି ନିଆ ନ ଯାଇ ନେତା, ପ୍ରଶାସନିକ ଅଧିକାରୀ, ଦଲାଲ ଓ କମ୍ପାନୀ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାର ପ୍ରମାଣ ପ୍ରଶାସନ ଓ କମ୍ପାନୀକୁ ଦୋହଲାଇ ଦେଇଛି । କିଛି ଦିନ ଆଗରୁ ଏହି ଆସପଣ୍ଡ ଓ ତାପଜ ବିଦ୍ୟୁତ୍ ପ୍ଲାଣ୍ଟକୁ ନେଇ ଆନ୍ଦୋଳନ ପରେ
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଲୋକଙ୍କ ଅବିଶ୍ବାସ ପ୍ରଦର୍ଶନ ଓ ସେଣ୍ଟ୍ରାଲ ପାୱାର ମିନିଷ୍ଟ୍ରୁ ସହିତ ସେଣ୍ଟ୍ରାଲ ଇଲେକ୍ଟ୍ରିକାଲ ଅଥରିଟୀଙ୍କ ଦର୍ଲିପଳି ପଞ୍ଚାୟତ ବରୋବାଗାର ଓ ଆଳୁ ପଡ଼ା ଗ୍ରାମକୁ ଆସି ଏସ ପଣ୍ଡ ପରିଦର୍ଶନ ଓ ପରେ ଗ୍ରାମବାସୀଙ୍କ ସହିତ ସଭା ଅଧିକାରୀଙ୍କ ବେନିୟମରେ ପରଦା ଫାର୍ସ କରିଥିବା ବେଳେ ପ୍ରଶାସନ ଏବେ ଅସହିଷ୍ଣୁ ହୋଇପଡ଼ିଛି।
କେନ୍ଦ୍ରୀୟ କମିଟିଙ୍କ ସହିତ ସଭା ସମୟରେ ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ ଏନ୍ ଟି ପି ସି କୁ ଆକ୍ଷେପ କରି, କମିଟି ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ ଯଦି ଲୋକଙ୍କୁ ପ୍ରଦୂଷଣ ଇ ଦୁର୍ଘଟଣାକୁ ନେଇ ଅସୁବିଧା ହେଉଛି ଓ ଗ୍ରାମ ର ୮0% ଜମି ଅଧିଗ୍ରହଣ ହୋଇ ସାରିଛି ତାହେଲେ ବାକି ଜମି ପାଇଁ ଜିଲ୍ଲା ପ୍ରଶାସନ କାହିଁକି ପଦକ୍ଷେପ ନେଉନାହିଁ ।
ଏହାକୁ ନେଇ ଆଜି ଶତାଧିକ ମହିଳା ପୁରୁଷ ବାରମ୍ବାର ସୁନ୍ଦରଗଡ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଓ ଏନ୍ ଟି ପି ସି ଆସ ପଣ୍ଡ ସହିତ ତାପଜ ବିଦ୍ୟୁତ୍ କାରଖାନାକୁ ଅବରୋଧ କରା ହୋଇଛି, କିନ୍ତୁ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ବିରୁଦ୍ଧରେ ନ୍ୟାୟାଳୟକୁ ଯିବାର ଡର ଦେଖାଉଛି। ଦିନକୁ ୧୫ 000 ଟନ କୋଇଲା ଜଳି ପରିବେଶକୁ ଗରମ ଓ ବାୟୁମଣ୍ଡଳକୁ ପ୍ରଦୂଷଣ କରୁଥିବା ବେଳେ ଦିନକୁ ପ୍ରାୟ ୪୦୦୦ ଟନ ପାଉଁଶ ବାହାରି ଚାଷ ଜମି, ପୋଖରୀ ସହିତ ସମସ୍ତ ଜଳାଶୟ ଓ ଘର ଦ୍ବାର ଗଛ ପ୍ରଭୁତି ପ୍ରଦୂଷଣର ଶିକାର ହେଉଛି ।
ଏନ୍ ଟି ପି ସି ର ପ୍ରଦୂଷଣ ଓ ଦୁର୍ଘଟଣାର ଶିକାର ଆଲୁପଡ। ଓ ବୋରୋବଗା ଗ୍ରାମକୁ ଅଧିଗ୍ରହଣ ନ କରି, ଜଙ୍ଗଲ ପାଖରେ ବେନିୟମ ଭାବରେ ଅର୍ଥ ଆଦାୟ ପାଇଁ ନିର୍ମାଣ ହୋଇଥିବା ଘର ଗୁଡ଼ିକ ରୁ କୋଟି କୋଟି ଟଙ୍କା ପାଇବା ପାଇଁ କାହିଁକି ଏନ୍ ଟି ପି ସି ଅଧିଗ୍ରହଣ କରିବାକୁ ଚେଷ୍ଟା କରୁଛି ଓ ଏହା ପଛରେ କାହାର ହାତ ଅଛି ଓ ଆସନ୍ତା ୧୮/୦୩/୨୦୨୫ ରେ କାହିଁକି ଗ୍ରାମ ସଭା ଡାକରା ଦିଆ ହୋଇଛି ଲୋକଙ୍କ ମନରେ କ୍ଷୋଭ ହେବାକୁ ନେଇ ଓ ଜିଲ୍ଲା ପ୍ରଶାସନ ତଥା ଏନ୍ ଟି ପି ସି ଦ୍ଵାରା ଲୋକଙ୍କ ସ୍ବାର୍ଥ କୁ ନେଇ କାମ ନ କରିବାରୁ ଆଜି ଆର୍ ଡି ସି କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲା। ଏହା ଛଡ଼ା ମନୋହର ପୁର ଓ ସି ପି ଏଲ ଦ୍ଵାରା ବିସ୍ଥାପିତ ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାରର ପ୍ରାପ୍ୟ ଓ ଝିଅ ମାନଙ୍କୁ ପଣ ନାତୁଣୀ କହି ତାଙ୍କୁ ଆର୍ ଏଣ୍ଡ ଆର୍ ପଲିସି ରେ ସାମିଲ ନ କରିବାରୁ ସେମାନେ ବି ଆସି ଧାରଣାରେ ବସି ଥିଲେ ।
ଆର୍ ଡି ସି ଙ୍କ ଅନୁପସ୍ଥିତିରେ ଆର୍ ଡି ସି ଙ୍କ ସଚିବ ସୁକାନ୍ତ ତ୍ରୀପ।ଠିଙ୍କ ସହିତ ପ୍ରାୟ ଦେଢ଼ ଘଣ୍ଟାର ଚର୍ଚ୍ଚା ହୋଇଥିଲା। ଡାକ୍ତର ଷଡ଼ଙ୍ଗୀ ସମସ୍ତ ନଥିପତ୍ର ଓ ପ୍ରମାଣ ସହିତ ତର୍କ ରଖି କହିଥିଲେ, ଯଦି କମ୍ପାନୀ ଗୁଡ଼ିକ ବେନିୟମ କାମ କରି ସରକାର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭ୍ରମିତ୍ କରି ବିସ୍ଥାପନ ସମସ୍ୟା ଦିଗରେ ଲୋକଙ୍କୁ ଅତ୍ୟାଚାର କରୁଛନ୍ତି, ତାଙ୍କ ଉପରେ ଆଇନ ଗତ କାର୍ଯ।ନୁଷ୍ଠାନ କାହିଁକି କରାଯାଉ ନାହିଁ ।
ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ଏନ୍ ଟି ପି ସି କମ୍ପାନୀ କୁ 3500 ଏକଡ଼ ରୁ ବେଶୀ ଜମି ଅଧିଗ୍ରହଣ କରିବା କଥା ଏହା ନ କରି ମାତ୍ର ୧୪୦୦ ଏକଡ଼ ନିଜ ରୟତି ଜାମି ଓ ବାକି 400 ଏକଡ଼ ସରକାରୀ ଜମିକୁ ଅଧିଗ୍ରହଣ କରି ଲୋକଙ୍କୁ R &R ନୀତି ଓ ବିସ୍ଥାପନ ନୀତିରେ ଅନେକ ଖର୍ଚ୍ଚ ହେବ କହି, ଅନ୍ୟ ଗ୍ରାମର ଜମି ଅଧି ଗ୍ରହଣର ପ୍ରୟାସ କରୁଛି ।
କିନ୍ତୁ ଏହି ଦୁଇ ଗ୍ରାମ ରେ ଲୋକଙ୍କ ର ମାତ୍ର କିଛି ଜମି କୁ ଛାଡ଼ି ଯେଉଁଠାରେ ପ୍ରଦୂଷଣ ପାଇଁ ଚାଷ ବି ହେବ ନାହିଁ ବାକି ଜୀବନ ଜୀବିକା ଦିଗରେ କୁ ଠ।ର ଘାତ୍ କରୁଥିବାରୁ ଆସନ୍ତା ୦୧/୦୪/୨୦୨୫ ଉତ୍କଳ ଦିବସରେ ପୁଣି କମ୍ପାନୀକୁ ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତିି।