
ଭୁବନେଶ୍ୱର – ରାଜ୍ୟରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ। ବିଗତ ୫ ବର୍ଷରେ ରାଜ୍ୟରେ ୪୦୮ ଗୁଣି ଗାରେଡି ଜନିତ ମାମଲା ରୁଜୁ ହୋଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ୨୦୨୦ରେ ୯୪ ଟି ମାମଲା ରୁଜୁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୫ଟି ମାମଲା ରୁଜୁ ହୋଇଛି ଏବଂ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୮ ଜଣ ଗିରଫ ହୋଇଛନ୍ତି। ୨୦୨୧ରେ ୭୯ ଟି ମାମଲା ରୁଜୁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୩ ଟି ମାମଲା ରୁଜୁ ହୋଇ ୨୫ ଜଣ ଗିରଫ ହୋଇଛନ୍ତି।
୨୦୨୨ରେ ୧୦୩ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୪୦ ଟି ମାମଲା ରୁଜୁ ହୋଇ ୨୦ ଜଣ ଗିରଫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ରେ ୩୨ ଜଣ ଗିରଫ ହୋଇଛନ୍ତି। ୨୦୨୩ରେ ୭୦ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୨୬ ଟି ମାମଲା ରୁଜୁ ହୋଇ ୧୩ ଜଣ ଗିରଫ ହୋଇଛନ୍ତି। ସେହିପରି ୨୦୨୪ରେ ୬୨ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ୧୬ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଛନ୍ତି।