
ଜମ୍ମୁ– ଜମ୍ମୁର କଠୁଆ ଜିଲ୍ଲାର ଘନ ଜଙ୍ଗଲରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀ ଗ୍ରୁପ ବିରୁଦ୍ଧରେ ତଲାସୀ ଅଭିଯାନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି । ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତଙ୍କ ନେତୃତ୍ୱରେ ଅଭିଯାନକୁ ଆଜି ସକାଳେ କମାଣ୍ଡୋ, ଡ୍ରୋନ ଓ ସନ୍ଧାନୀ କୁକୁରଙ୍କ ସହିତ ଜୋରଦାର କରାଯାଇଛି । ଆତଙ୍କାବଦୀମାନେ ସୀମା ପାର୍ ଅନୁପ୍ରବେଶ କରିବା ପରେ ଏଠାରେ ଜଙ୍ଗଲରେ ଲୁଚି ରହିଥିବା ଅନୁମାନ କରାଯାଉଛି ।