ଭୁବନେଶ୍ୱର – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ୨୦୨୦-୨୧ ବର୍ଷର ଆର୍ଥିକ ବଜେଟ୍ ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ଏହା ନିଯୁକ୍ତି ସୃଷ୍ଟି କରିବାରେ ଏବଂ ଚାଷୀ ଆତ୍ମହତ୍ୟା ରୋକିବାରେ ସମର୍ଥ ହେବନାହିଁ ବୋଲି ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
କ୍ରମବର୍ଦ୍ଧିଷ୍ଣୁ ବଜାର ଦର ରୋକିବାରେ ଅର୍ଥମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିବା ସଙ୍ଗେସଙ୍ଗେ ଏଲ୍.ଆଇ.ସି ଓ ଆଇ.ଡି.ବି.ଆଇ ର ଡିସ୍ଇନ୍ଭେଷ୍ଟମେଂଟ ଫଳରେ ଘରୋଇ ପୁଞ୍ଜିପତିଙ୍କ ହାତକୁ ସାଧାରଣ ଲୋକଙ୍କୁ ଶୋଷଣ କରିବା ପାଇଁ ସରକାର ଲଗାମ ଦେଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି । ମଧ୍ୟବିତ ଶ୍ରେଣୀକୁ ଆୟକର ରିହାତି ଦେବା ନାଁରେ ଅର୍ଥମନ୍ତ୍ରୀ ତାଙ୍କର ଏହି ବଜେଟ୍ରେ ଭୂଆଁ ବୁଲେଇଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି । ଶିଳ୍ପ ଜଗତ ପାଇଁ ଏହା ନିରୁତ୍ସାହଜନକ, ଯାହାଫଳରେ ସେନ୍ସେକ୍ସରେ ବଜେଟ୍ ଆଗତ ପରେ ପରେ ୬୭୫ ପଏଂଟ ହ୍ରାସ ଘଟିଛି । ସର୍ବୋପରି ଏହି ବଜେଟ୍ ମଧ୍ୟବିତ ବିରୋଧି, ଚାଷୀ ବିରୋଧି ଓ ଯୁବବର୍ଗଙ୍କ ପାଇଁ ନିରୁତ୍ସାହଜନକ ବୋଲି ଶ୍ରୀ ବେହେରା ତାଙ୍କ ବଜେଟ୍ ପ୍ରତିକ୍ରିୟାରେ ମତ ଦେଇଛନ୍ତି ।