
ଭାଟିକାନ୍ ସିଟି– ରୋମର ଗେମେଲି ହସ୍ପିଟାଲରୁ ଠିକ୍ ହୋଇ ଫେରିବା ପରେ ପୋପ୍ ଫ୍ରାନ୍ସିସ ଗାଜା ଷ୍ଟ୍ରିପର ଅବସ୍ଥାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରକ୍ତପାତ ରୋକିବାକୁ ସେ ଆହ୍ୱାନ ଦେଇଛନ୍ତି । ଡବଲ ନିମୋନିଆ ଚିକିତ୍ସା ପାଇଁ ଫେବୃୟାରୀ 14ରୁ ଭର୍ତ୍ତି ହୋଇଥିବା 88 ବର୍ଷୀୟ ପୋପଙ୍କୁ କାଲି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ଭାଟିକନ ନ୍ୟୁଜ ଅନୁସାରେ ହସ୍ପିଟାଲରୁ ବାହାରିବା ପୂର୍ବରୁ ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ହସ୍ପିଟାଲ ବାଲକୋନୀରେ ପହଂଚିଥିଲେ ଏବଂ ଉପସ୍ଥିତ ଲୋକଙ୍କ ଅଭିବାଦନ କରିଥିଲେ । ସେ ସୁସ୍ଥ ଥିବା ଆଙ୍ଗୁଠିରେ ଇସାରା ଦେଖାଇ ଲୋକଙ୍କୁ ଜଣାଇଥିଲେ ।