
ଓଟାୱା– କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ଅପ୍ରତ୍ୟାଶିତ ପଦକ୍ଷେପ ସ୍ୱରୂପ ସଂଘୀୟ ନିର୍ବାଚନ ଘୋଷଣା କରିଛନ୍ତି । ସେ ରବିବାର ଗଭର୍ଣ୍ଣର-ଜେନେରାଲ ମେରୀ ସାଇମନଙ୍କୁ ଭେଟି ସଂସଦକୁ ଭଙ୍ଗ କରିବା ପାଇଁ ଅନୁରୋଧ କରିଛନ୍ତି । ସାଇମନ କାର୍ନୀଙ୍କ ଅନୁରୋଧକୁ ସ୍ୱୀକାର କରାଯାଇଛି । କାନାଡାରେ ନିର୍ବାଚନ ଏପ୍ରିଲ 28ରେ ହେବ । କାର୍ନୀଙ୍କ ମୁକାବିଲା ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି କଂଜର୍ଭେଟିଭ ପାର୍ଟିଙ୍କ ନେତା ପିୟୋରେ ପୋଲିଭରଙ୍କ ସହ ହେବ ।