
ବଲାଙ୍ଗିର– ବଲାଙ୍ଗିରର ଜଣାଶୁଣା ଲେଖକ, ସାହିତ୍ୟିକ ଓ ଗବେଷକ ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କ ଲିଖିତ ଗଦ୍ୟ ସଂକଳନ “ଗଦ୍ୟଗଦି” ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀ ପାଣିଗ୍ରାହୀ ୧୯୮୫ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ରେଡିଓରେ ପ୍ରସାରିତ ଓ ଖବରକାଗଜମାନଙ୍କରେ ପ୍ରକାଶିତ କରିଥିବା ଲେଖାଗୁଡିକୁ ନେଇ ଏହି ସଂକଳନ କରାଯାଇଛି । ଗୁରୁଭାଇ ଭଉଣୀ ସେବାଟ୍ରଷ୍ଟର ସଭାପତି ଚନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନୃସିଂହମନ୍ଦିରର ମହନ୍ତ ମହାରାଜ ବ୍ରଜମୋହନ ଶରଣ ଦେବ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରି ଏହି ପୁସ୍ତକରେ ପଶ୍ଚିମ ଓଡିଶାର ଅନେକ ତଥ୍ୟ ରହିଥିବାରୁ ଗବେଷକମାନଙ୍କ ପାଇଁ ଏହା ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତ, ଆଲୋଚକ ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ଡଃ. ପ୍ରଦୀପକୁମାର ଦାସ ଓ ପ୍ରଫେସର ତରୁଣ କୁମାର ମିଶ୍ର ଯୋଗଦେଇଥିଲେ । ପୁସ୍ତକକୁ ପ୍ରକାଶିତ କରିଥିବା ବିଦ୍ୟାରତ୍ନ ପ୍ରକାଶନୀର ପ୍ରକାଶିକା କୁନୀପ୍ରିୟା ନେପାକ ପୁସ୍ତକର ବିଷୟବସ୍ତୁ ଉପରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଶୋର ପୁରୋହିତ, ଶୁଭେନ୍ଦ୍ର ନେପାକ, ମଧୁସୁଦନ ନାୟକ, ଶ୍ୟାମସୁନ୍ଦର ଦାସ ପୁସ୍ତକ ଉପରେ ବକ୍ତବ୍ୟ ରଖି ମୋଥିଲେ । ପ୍ରକାଶ୍ୟ ଯେ, ଲେଖକ ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କ ଦ୍ୱାରା ପୂର୍ବରୁ ଗବେଷଣାଧର୍ମି “ସୋନପୁରର ସ୍ୱାଧିନତା ଆନ୍ଦୋଳନ” ଓ “କୁଶଳେଶ୍ୱର କାବ୍ୟ” ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂଶିତ ହୋଇଛି ।