
ଭୁବନେଶ୍ୱର– ଯେତେବେଳେ ବିଜେଡି ସରକାରରେ ଥିଲା ସେବେ ଓଡ଼ିଶା ଲୋକଙ୍କଠୁ ଚିଟଫଣ୍ଡ ଜରିଆରେ ଟଙ୍କା ଲୁଟିଛି। ନବୀନ ନିବାସକୁ ଯାଉଥିଲା ଚିଟଫଣ୍ଡ ଟଙ୍କା। ବିଜେପି ବିଧାୟକ ସରୋଜ ପାଢ଼ୀ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି କର୍ପସ ଫଣ୍ଡ ନାଁ ରେ ଟଙ୍କା ହରି ଲୁଟ କଲେ କିନ୍ତୁ ଲୋକଙ୍କୁ ଟଙ୍କା ଫେରେଇଲେ ନାହିଁ । ଏଥିପାଇଁ ଆଜି ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନକୁ ସରଳିକରଣ କରି ଲୋକଙ୍କୁ ଟଙ୍କା ଦେବେ । ବିଜେଡି ସରକାର ପଳେଇଲା କିନ୍ତୁ ଆମେ ଆସିବା ମାତ୍ରେ ସେହି କାମ ହାତକୁ ନେଇ ଆଇନକୁ ସରଳିକରଣ କରି ଟଙ୍କା ଫେରେଇବାକୁ ଯାଉଛୁ ।