
ଭୁବନେଶ୍ୱର – ରାଜ୍ୟରେ ଡାକ୍ତର ମରୁଡି। ରାଜ୍ୟର ସରକାରୀ ହସ୍ପିଟାଲରେ ୫ ହଜାର ୧୭୫ ଡାକ୍ତର ପଦବୀ ଖାଲି ପଡିଛି। ଖାଲି ସେତିକି ନୁହେଁ, ମେଡିକାଲ କଲେଜରେ ପିଲାଙ୍କୁ ପଢେଇବାକୁ ଆବଶ୍ୟକୀୟ ଶିକ୍ଷକ ମଧ୍ୟ ନାହାନ୍ତି। ମେଡିକାଲ କଲେଜରେ ୧୦୫୪ ଗୋଟି ଶିକ୍ଷକ ପଦବୀ ଖାଲି ପଡିଛି। ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉତର ଦେଇଛନ୍ତି।