
ଭୁବନେଶ୍ୱର– ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଆସନ୍ତୁ ସଚେତନ ହେବା, ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନରେ ନିଜର ଯୋଗଦାନକୁ ଆହୁରି ସୁଦୃଢ କରିବା। ଆମ ସମସ୍ତଙ୍କ ପ୍ରୟାସରେ ଯକ୍ଷ୍ମା ହାରିବ, ଭାରତ ଜିତିବ।