
ରାୟପୁର- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଛତିଶଗଡ଼ ଗସ୍ତରେ ଆସିଛନ୍ତି । ଛତିଶଗଡ଼ ବିଧାନସଭାରେ ଆୟୋଜିତ ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ରାଷ୍ଟ୍ରପତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଥମେ ସମସ୍ତଙ୍କୁ ଅଭିବାଦନ ‘ଜୟ ଜୋହାର’ ସହିତ କରିଥିଲେ । ସେ ଛତିଶଗଡ଼ିୟା ‘ସବଲେ ବଢିଆ’ କହିବା ସହ ସମସ୍ତଙ୍କୁ ରଜତ ଜୟନ୍ତୀ ବର୍ଷର ‘ଗାଡ଼ା- ଗାଡ଼ା’ ବଧାଇ ଜଣାଇଥିଲେ । ସେ କହିଥିଲେ ଯେ, ଏହି ବିଧାନସଭାକୁ ଆସି ଏହି ମାନ୍ୟତା ଆହୁରି ମଜବୁତ ହୋଇଯାଉଛି ଯେ, ଛତିଶଗଡ଼ିୟା ‘ସବଲେ ବଢିଆ’ । ଛତିଶଗଡ଼ରେ ବିକାଶର ଅସୀମ ସମ୍ଭାବନା ରହିଛି ।