
ମୁମ୍ବାଇ– ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବ୍ୟାଙ୍ଗାତ୍ମକ ଟିପ୍ପଣୀକୁ ନେଇ ଅସନ୍ତୁଷ୍ଟ ଶିବସେନା କାର୍ଯ୍ୟକର୍ତାମାନେ ମୁମ୍ବାଇର ଖାର ଅଂଚଳରେ ଥିବା ଏକ ଭଙ୍ଗାରୁଜା କରିଛନ୍ତି ଏବଂ ଷ୍ଟାଣ୍ଡଅପ୍ କମେଡିଆନ କୁଣାଲ କାମରାଙ୍କ ବିରୋଧରେ ମାମଲା ଦାୟର୍ କରିଛନ୍ତି । ହୋଟେଲରେ କରାଯାଇଥିବା ଭଙ୍ଗାରୁଜା ବିରୋଧରେ ଖାର ଥାନାରେ ୪୦ରୁ ଅଧିକ ଶିବସେନା କାର୍ଯ୍ୟକର୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଏହି ମାମଲାରେ ରାହୁଲ କନାଲ ସମେତ ଶିବସେନାର ୧୧ ଜଣ କାର୍ଯ୍ୟକର୍ତାଙ୍କୁ ଗିରଫ କରିଛି ।