
ନୂଆଦିଲ୍ଲୀ– ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କର୍ଣ୍ଣାଟକର କଂଗ୍ରେସ ସରକାରର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମୁସଲିମ୍ ସଂରକ୍ଷଣ ଉପରେ ଦେଇଥିବା ବୟାନର ପ୍ରସଙ୍ଗ ସୋମବାର ଲୋକସଭାରେ ଉଠାଇଥିଲେ । ସେ ନାଁ ନନେଇ କହିଥିଲେ ଯେ, ସମ୍ବିଧାନିକ ପଦରେ ଅଧିଷ୍ଠିତ ଥିବା ବ୍ୟକ୍ତିର ଧର୍ମର ଆଧାରରେ ସଂରକ୍ଷଣ ଏବଂ ଏଥିପାଇଁ ସମ୍ବିଧାନ ବଦଳେଇବାର କଥା କହିବା ଅସ୍ୱିକାର୍ଯ୍ୟ ଅଟେ । ଏହା ସମ୍ବିଧାନ ନିର୍ମାତାମାନଙ୍କ ଅପମାନ ଅଟେ ।
ଲୋକସଭାର କାର୍ଯ୍ୟବାହି ପୂର୍ବରୁ ବିରୋଧି ସଦସ୍ୟମାନେ ପୋଷ୍ଟର ଧରି ସଦନକୁ ଆସିବା କାରଣରୁ ସ୍ଥଗିତ ହୋଇଥିଲା । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏ ବାବଦରେ ବିରୋଧୀ ସଦସ୍ୟଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ପୋଷ୍ଟର ଦେଖାଇଥିବା ସଦସ୍ୟଙ୍କ ବିରୋଧରେ ପ୍ରସ୍ତାବ ଆଣିବାକୁ ପରାମର୍ଶ ଦେଇଥିଲେ ।