
ଭୁବନେଶ୍ୱର– ପିଏମ ଆବାସ ସର୍ଭେର ଅଧିକାରୀଙ୍କୁ ପଂଚାୟତିରାଜ ମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି। ପିଏମ ଆବାସରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଲେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ମନ୍ତ୍ରୀ କହିଛନ୍ତି ଯେ ଏବେ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧ ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କରିଛନ୍ତି। କିଛି ହିତାଧିକାରୀ ବାଦ୍ ପଡିଥିବା ଅଭିଯୋଗ ଆସିଛି। ପାତର ଅନ୍ତର ହେବ ନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ତାଲିକା ବିଭାଗର ହସ୍ତଗତ ହେବ। ପଂଚାୟତ ଏବଂ ବ୍ଲକ ସ୍ତରର ଅଧିକାରୀ ଯଦି କାହାକୁ ଛାଡିଥିବେ, ଯେଉଁଠୁ ଅଭିଯୋଗ ଆସିବ ସେହି ପରିପେକ୍ଷୀରେ ଆମ ବିଭାଗ ସେମାନଙ୍କ ପାଖରେ ପହଂଚିବ। ଯଦି ପାତର ଅନ୍ତର ହେଇଥିବ କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ ତାଲିକାରେ ହିତାଧିକାରୀକୁ ନେଇନଥିବେ ତାହେଲେ କାର୍ଯ୍ୟନୁଷ୍ଠାନ ହେବ। ବାଦ ପଡ଼ିଥିବା ହିତାଧିକାରୀ ଜିଲ୍ଲାପାଳ ଏବଂ ସିଡିଓ ପାଖରେ ଅଭିଯୋଗ କରି ପାରିବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ୩୦ ତାରିଖ ଦିନ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ଘର ବାଂଟିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।