
ଇମ୍ଫାଲ-ମଣିପୁରର ବିଭିନ୍ନ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ,ଗୋଳାବାରୁଦ ଏବଂ ଅନ୍ୟ ସନ୍ଦେହଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।ଏହି ସମୟରେ କିଛି ଲୋକଙ୍କୁ ଅଟକ ମଧ୍ୟ ରଖାଯାଇଛି।
ମଣିପୁର ପୋଲିସ ମୁଖପାତ୍ର ରବିବାର କହିଛନ୍ତି ଯେ ସୁଗନୁ ଥାନା ଅଞ୍ଚଳ ଅନ୍ତର୍ଗତ ମୋଲ୍ଟିନଚାନ ଗ୍ରାମ ,କାକଚିଙ୍ଗ ଜିଲ୍ଲାରେ ଏକ ଅପରେସନ ସମୟରେ ସୁରକ୍ଷାବାହିନୀ ଏକ ସ୍ଥାନୀୟ ପୋମ୍ପୀ,ଦୁଇଟି ସିଙ୍ଗଲ ବେରଲ ଗନ,ଗୋଟିଏ .303 ରାଇଫଲ,ଗୋଟିଏ ସଂଶୋଧିତ ସୀଏମଜୀ କାର୍ବାଇନ,ନଅଟି .303 ଜୀବନ୍ତ କ୍ୟାଟ୍ରିଜ,ଚାରୋଟି 7.62 ମିମି ଜୀବନ୍ତ କ୍ୟାଟ୍ରିଜ,ତିନୋଟି ଆଇଇଡୀ(1.5କିଗ୍ରା,ଏକ କିଗ୍ରା ଏବଂ 600 ଗ୍ରାମ)15 ଏକେ -47 ଖାଲି କ୍ୟାଟ୍ରିଜ,20ନଗ.303 ଖାଲି କ୍ୟାଟ୍ରିଜ,20 ନଗ 7.62 ମିମି ଖାଲି କ୍ୟାଟ୍ରିଜ,32 ଇନ୍ସାସ ଖାଲି କ୍ୟାଟ୍ରିଜ,ତିନୋଟି ପୋମ୍ପୀ ଶେଲ,ଦୁଇଟି ବୀପୀ ହେଲମେଟ,ଦୁଇଟି ଜଙ୍ଗଲ ବୁଟ,ଚାରୋଟି ବୀପୀ ଜ୍ୟାକେଟ,ଦୁଇଟି ଟିୟର ଗ୍ୟାସ ସ୍ମୋକ ସେଲ,16 ଟିୟର ସ୍ମୋକ ଶେଲଏବଂ ଅନ୍ୟାନ୍ୟ ଭାରି ଜିନିଷପତ୍ର ଉଦ୍ଧାର କରାଯାଇଥିଲା।