
ନୂଆଦିଲ୍ଲୀ– ଭାରତର ସ୍ୱଦେଶୀ ଗୋଲି ସୋଡ଼ାର ସ୍ୱାଦ ବିଶ୍ୱକୁ ପସନ୍ଦ ଆସୁଛି । ଆମେରିକା, ବ୍ରିଟେନ, ୟୁରୋପ ଏବଂ ସମୁଦ୍ର ତଟବର୍ତୀ ଦେଶ ଗୁଡିକରେ ପରୀକ୍ଷାମୂଳକ ଭାବେ ଏହାର ଶିପମେଂଟ ସଫଳ ରହିଛି । ଗୋଲି ସୋଡ଼ା ବହୁରାଷ୍ଟ୍ରିୟ ପାନୀୟ ନିର୍ମାତା କମ୍ପାନୀଗୁଡିକର ପ୍ରଭୁତ୍ୱ କାରଣରୁ ପ୍ରାୟ ଗାୟବ୍ ହୋଇଯାଇଥିଲା ।
ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅନୁଯାୟୀ, କୃଷି ଓ ପ୍ରୋସେସ୍ଡ ଫୁଡ୍ ଉତ୍ପାଦ ରତ୍ପାନୀ ବିକାଶ ପ୍ରାଧିକରଣର ପଦକ୍ଷେପ ଫଳରେ ଏହା ସମ୍ଭବ ହୋଇଛି । ବାଣିଜ୍ୟ ମନ୍ତ୍ରାଳୟର କହିବା ଅନୁଯାୟୀ, ଏହା ଭାରତର ପ୍ରାମାଣିକ, ହୋମଗ୍ରୋନ ଭୋଜନ ଏବଂ ପାନୀୟ ଉତ୍ପାଦକୁ ପ୍ରୋମୋଟ୍ କରିବା ଓ ରପ୍ତାନୀ କରିବା ନେଇ ପ୍ରୟାସରେ ଏକ ମହତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍ ଅଟେ । ମନ୍ତ୍ରାଳୟ ଅନୁସାରେ ମାର୍ଚ୍ଚ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ଫୁଡ୍ ଆଣ୍ଡ ଡ୍ରିଙ୍କ ଇଭେଂଟ (ଆଇଏଫଇ) ଲଣ୍ଡନରେ ଆଗତ କରାଯାଇଛି । ଏଥିରେ ଭାରତୀୟ ଉଦ୍ୟୋଗୀ ମାନଙ୍କୁ ଏବଂ ରପ୍ତାନକାରୀ ମାନଙ୍କୁ ଆନ୍ତର୍ଜାତିକ କ୍ରେତା ମାନଙ୍କ ସହିତ ଯୋଡିବାର ମଂଚ ପ୍ରଦାନ କରିଛି ।