
ଭୁବନେଶ୍ୱର– ଦୁଇ ମନ୍ତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ବିରୋଧ । ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା କାରକେଡ୍ ଗାଡ଼ିକୁ ଢେଲା ପଥର ମାଡ଼ କରିଛନ୍ତି ଲୋକ ।
ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ ବାଙ୍ଗିରିପୋଷି ଯାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ଓ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସମୀକ୍ଷା ସାରି ହେଲିପ୍ୟାଡକୁ ଯାଇଥିଲେ । ସେଠୁ ହେଲିକପ୍ଟରରେ ମନ୍ତ୍ରୀ ଯିବା ପରେ କାରକେଡ୍ ଗାଡ଼ି ଫେରି ଆସୁଥିଲା । ଏହି ସମୟରେ କିଛି ଉତ୍ୟକ୍ତ ଲୋକେ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏଥିରେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି ।