
ଭୁବନେଶ୍ୱର-କାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମାର୍ଚ୍ଚ୨୪ତାରିଖ ଦିନ୧୨.୩୦ରେ ବାୟୁସେନା ବିମାନ ଯୋଗେ ସ୍ୱାମୀବିବେକାନନ୍ଦ ବିମାନବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ୧.୩୦ମିନିଟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସଡ଼କପଥରେ ଯାଇ କଣ୍ଟିଲୋସ୍ଥିତ ଅତିଥିଭବନରେ ସାମୟିକ ବିଶ୍ରାମ କରିବେ । ପରେ ପରେ ସେଦିନ ସେ ଅପରାହ୍ଣ ୩.୦୫ମି. ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ସମୟରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରିରହଣୀ କରିବେ ଏବଂ ତହିଁ ପରଦିନ ୨୫ତାରିଖ ସକାଳେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।