
ଭୁବନେଶ୍ୱର– ସହିଦ ଦିବସରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସ ହ୍ୟାଣ୍ଡେଲରେ ନବୀନ କହିଛନ୍ତି ଯେ, ସହିଦ ଦିବସରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଂଜଳି, ଯେଉଁମାନଙ୍କ ସର୍ବୋଚ୍ଚ ବଳିଦାନ ହଜାର ହଜାର ଲୋକଙ୍କ ମନରେ ସ୍ୱାଧୀନତାର ବହ୍ନି ଜାଳିଥିଲା । ଆଗାମୀ ପିଢିଙ୍କୁ ସେମାନଙ୍କର ଏହି ବଳିଦାନ ନିରନ୍ତର ପ୍ରେରଣା ପ୍ରଦାନ କରୁଥିବ ।