
ଭାଟିକନ୍ ସିଟି– ସଂକ୍ରମଣରେ ପୀଡିତ ପୋପ୍ ଫ୍ରାନ୍ସିନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଏହାରି ଭିତରେ ସେ ଆଜି ସାର୍ବଜନୀନ ଭାବେ ସମର୍ଥକଙ୍କୁ ଦର୍ଶନ ଦେଇପାରନ୍ତି । ପୋପଙ୍କ ଫୁସଫୁସରେ ସଂକ୍ରମଣ କାରଣରୁ ଫେବୃୟାରୀ 14ର ରୋମର ଜେମେଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ନିମୋନିଆ ଓ ଆନିମିଆର ଚିକିତ୍ସା ଚାଲୁଛି । ଭାଟିକାନ୍ ସିଟିର କ୍ୟାଥଲିକ ଚର୍ଚ୍ଚର ମୁଖ୍ୟାଳୟର ପ୍ରବକ୍ତାଙ୍କ ମୁତାବିକ ପୋପଙ୍କ ଅବସ୍ଥାରେ ସୁଧାର ଆସିଛି । ସେ ରବିବାର କୌଣସି ମୁହୂର୍ତ୍ତରେ ତାଙ୍କ ସମର୍ଥକଙ୍କ ସମ୍ମୁଖକୁ ଆସିପାରନ୍ତି । ପୋପଙ୍କ ବ୍ଳଡ ଟେଷ୍ଟରେ କିଡନୀ ଫେଲ୍ ହେବାର ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ଏବେ ସୁଧାର ହେଉଛି ।