
ଜୟପୁର– ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର ପରିସରରେ+୨ ଏବଂ+୩ ଜାତୀୟ ସେବା ଯୋଜନା ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ +୨ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର, +୩ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନୀତା କୁମାରୀ ପ୍ରଧାନଙ୍କ ସମେତ ଆଲୋକ ମହାରଣା, ବିଦ୍ୟାଧର ମାଳି, ରାଜେନ୍ଦ୍ର ରଣା, ବିକାଶ ବାଘ, ଆଲୋକ ସାହୁ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ମଧ୍ୟ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ପଡ଼ିଥିବା ବିଭିନ୍ନ ଆବର୍ଜନା ତଥା ପଲିଥିନ୍ ଏବଂ ପ୍ଲାଷ୍ଟିକ ଗୁଡ଼ିକୁ ଏକାଠି କରି ନିଆଁ ଲଗାଇବା ଭଳି ଅନେକ କାମ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।