
ଭୁବନେଶ୍ୱର – ମହାନଦୀ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଜବାବ୍ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, 2016 ରେ ଯେତେବେଳେ ଏହି ଚର୍ଚ୍ଚା ଆରମ୍ଭ ହେଲା ଦୁଇଟି ରାଜ୍ୟକୁ ଡାକି କେନ୍ଦ୍ର ସରକାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଥରେ ମାତ୍ର ବୈଠକରେ ଯୋଗ ଦେଇ ଆଉ ଦୁଇ ଥର ଗଲେନି । ସେତେବେଳେ ସେ ଏହି ପ୍ରସଙ୍ଗରେ ନିଜ ଫାଇଦା ପାଇଁ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କଲେ । ଟ୍ରିବ୍ୟୁନାଲକୁ ନ ଯିବାକୁ ଆମେ ବି କହିଥିଲୁ ହେଲେ ବିଜେଡି ଜିଦ ନେଇଯାଇଥିଲା । ଆଜି ବିଜେଡି ନେତା ମହାନଦୀ କାନ୍ଦୁଛି କହି ଓଲଟା କଥା କହୁଛନ୍ତି । ଓଡିଶା ସ୍ୱାର୍ଥ ପାଇଁ ମହାନଦୀ ଜଳ ବିବାଦ କେମିତି ସମାଧାନ ହେବ ମୋହନ ମାଝୀଙ୍କ ସରକାର କାମ ଆରମ୍ଭ କରିଛନ୍ତି । ଆଜି ବଡ଼ ପାଟିରେ କହୁଥିବା ନେତା ଜଣେ ରାଜ୍ୟ ବାହାର ଲୋକଙ୍କ ଡରରେ ପାଟି ବନ୍ଦ କରିଥିଲେ । ଏବେ ଆମକୁ ବିଜେଡିର ଉପଦେଶ ନେବାର କିଛି ଆବଶ୍ୟକ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।