
ଭୁବନେଶ୍ୱର– ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟ ଦୁର୍ନୀତି ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ର ଜେଲ କୁ ଫେରିଛନ୍ତି। ରାଜାଙ୍କ ସମେତ ତାଙ୍କ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲ ମଧ୍ୟ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି। ରାଜାଙ୍କର ୩ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଂଚ ଇଓଡବ୍ଲୁ ଶନିବାର ରାଜାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଥିଲା। ରାଜାଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିବା ବେଳେ ୩ରୁ ୪ ଦିନ ମଧ୍ୟରେ ଏହାର ଶୁଣାଣି ହେବ ।