
ଭୁବନେଶ୍ୱର– ଏକାମ୍ର ନିର୍ବାଚନ ମଣ୍ଡଳୀର ରାଧାରମଣ କଲୋନୀ – କୁମ୍ଭାର ସାହି ରାସ୍ତା କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ବାବୁ ସିଂ। ଦୀର୍ଘଦିନ ଧରି ସ୍ଥାନୀୟ ଜନସାଧାରଣ ଏହି ରାସ୍ତାର ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ଏହି ରାସ୍ତା ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର, ପୁରୀ ଯିବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି । ଏଥିପାଇଁ ପ୍ରତିଦିନ ଏହି ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ। ଏହି ରାସ୍ତା ହେବା ଦ୍ୱାରା ଗାଡ଼ି ଗୁଡ଼ିକ ଗୋଟିଏ ପଟେ ଯିବା ସହ ଅନ୍ୟ ପଟେ ଫେରିବେ ଏହା ଦ୍ୱାରା ଆଉ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ ।
ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ। ନିର୍ବାଚନୀ ପ୍ରତିଶୃତିକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି। ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।