
ଚେନ୍ନାଇ– ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ, ଜନସଂଖ୍ୟା ଆଧାରିତ ନିର୍ବାଚନ କ୍ଷେତ୍ରର ପରିସୀମନକୁ ସ୍ୱୀକାର କରାଯାଇପାରିବନାହିଁ । ଏଠାରେ ପ୍ରତି ପ୍ରଭାବୀ ଜନସଂଖ୍ୟା ନିୟନ୍ତ୍ରଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଦେଖାଉଛି । ଏହି କାର୍ଯ୍ୟାନୁଷ୍ଠାନ ଏଭଳି ରାଜ୍ୟ ପାଇଁ ସଜା ହେବ । ପ୍ରତିନିଧିଙ୍କ ସଂଖ୍ୟାରେ ହ୍ରାସ ପାଇଲେ ଆମର ବିଚାର ବ୍ୟକ୍ତ କରିବାର କ୍ଷମତା କମ୍ ହୋଇଯିବ । ଏହାସହିତ ଆମର ରାଜ୍ୟକୁ ଆବଶ୍ୟକ ଧନରାଶି ପ୍ରାପ୍ତ କରିବାରେ ସଂଘର୍ଷ କରିବାକୁ ପଡିବ । ପରିସୀମନକୁ ନେଇ ଶନିବାର ଆୟୋଜିତ ଯୁଗ୍ମ କମିଟି ବୈଠକରେ ଏହା କହିଛନ୍ତି ।
ଜନସଂଖ୍ୟା ଆଧାରରେ ଲୋକସଭା ସିଟର ପରିସୀମନର ବିରୋଧ କରିବା ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆୟୋଜିତ ଏକ ଯୁଗ୍ମ କମିଟିର ବୈଠକ ବସିଛି । ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ,, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ, ପଂଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।