
ଭୁବନେଶ୍ୱର– ତାମିଲନାଡୁରେ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ। ସେ କହିଛନ୍ତି ଯେ ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି । ବିଜେପି ବିରୋଧରେ ମେଂଟ କରୁଛନ୍ତି। ବିଜେଡି ଆତ୍ମ ସମୀକ୍ଷା କରିବା ଦରକାର। ଡିଲିମିଟେସନ ପାଇଁ କୌଣସି ଗାଇଡ଼ ଲାଇନ ଆସିନି କିନ୍ତୁ ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି। ଡି ଲିମିଟେସନ ଏକ ନିୟମିତ ପ୍ରକ୍ରିୟା। ଏହାଦ୍ୱାରା ଓଡ଼ିଶାର କ୍ଷତି ହେବନି ଲାଭ ହେବ। ବିଜେଡି ଏହାକୁ ବିରୋଧ କରୁଛି ଅର୍ଥାତ ବିଜେଡି ଜନ ବିରୋଧୀ ଓଡିଶା ବାସୀଙ୍କ ବିରୋଧୀ। ବିଜେପିକୁ ବିରୋଧ କରିବାପାଇଁ କଂଗ୍ରେସ ବିଜେଡି ଭିତରେ ଅଘୋଷିତ ବୁଝାବଣା ଅଛି ବୋଲି ସେ ଅଭିଯୋଗ କରିଛନ୍ତି।