
ଭୁବନେଶ୍ୱର– ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ କେବଳ ଜଣେ ଡାକ୍ତର ନ ଥିଲେ ସେ ଜଣେ ଜନ ସେବକ ଥିଲେ। ସଙ୍ଗଠନ ତିଆରି କରିବା ଦିଗରେ ତାଙ୍କର ଯେଉଁ ନିଷ୍ଠା ,ଦୃଢ଼ତା ଥିଲା ଆଜି ତାହା ଓଡିଶାରେ ପରିଲକ୍ଷିତ ହୋଇଛି ବୋଲି ବରିଷ୍ଠ ରାଜନେତା ଅମର ଶତପଥୀ ମତ ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ କେନ୍ଦ୍ରରେ କୃଷି ମନ୍ତ୍ରୀ ଥିବା ସମୟ ରେ ସେ ଓଡିଶା କୃଷି ପାଇଁ ଅନେକ ବିକାଶ ମୂଳକ କାମ କରିଛନ୍ତି । ମୋର ମନେ ଅଛି ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ କେନ୍ଦ୍ର ରେ କୃଷି ମନ୍ତ୍ରୀ ଥିଲା କୃଷକ ଙ୍କ ପାଇଁଏକ ବୀମା ଘୋଷଣା କରିଥିଲେ। ସରାଦେଶ ର ଅନେକ ଚାଷୀ ଏହି ବୀମା ରେ ଲାଭ ପାଇଥିଲେ। କିନ୍ତୁ ସେତେବେଳେ ବିଜେଡି ସରକାର ନୁଆ କରି ଓଡିଶାକୁ ଆସିଥିଲା ଓ ମୁଁ ରାଜ୍ୟ କୃଷି ମନ୍ତ୍ରୀ ହେଇଥିଲି ହେଲେ ଏହି ବୀମା ଅବଧି ଜୁଲାଇରେ ଶେଷ ହୋଇ ଯାଉଥିଲା।ଆମ ଚାଷୀ ସେଥିରୁ ବଂଚିତ ଥିଲେ। କିନ୍ତୁ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଏ କଥା ଜାଣିବା ପରେ ସଙ୍ଗେ ସଙ୍ଗେ ବୀମା ର ରେଜିଷ୍ଟ୍ରେସନ ଅବଧି ତାରିଖ କୁ ବଢ଼ାଇ ଦେଇଥିଲେ।
କେବଳ ଚାଷ ନୁହେଁ ପ୍ରାଣୀ ସମ୍ପଦ ବିଭାଗ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କେମିତି ଗୃହପାଳିତ ପଶୁ ଙ୍କଚିକିତ୍ସା ହେବ, ଚାଷ କ୍ଷେତ୍ରରେ ନୁଆ ନୁଆ ଗବେଷଣା କରିବା , ଓଡିଶାରେ ଥିବା କେନ୍ଦ୍ର କୃଷି ବିଜ୍ଞାନ ଅନୁଷ୍ଠାନ ତାଙ୍କରି ଅବଦାନ ପାଇଁ ହୋଇଛି।
ସେ ଦେବଗଡ଼ ହେଉ ବା ବ୍ରଜରାଜନଗର ଚଣ୍ଡୀଖୋଲ ରୁ କନକ ତୋରା ଅଂଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ମୂଳଦୁଆ ତାଙ୍କରି ଅବଦାନ। ସେ ସମୟରେ ବିରୋଧ ହେଉଥାଏ କିନ୍ତୁ ସେ କାମ କରିଛନ୍ତି ଲୋକଙ୍କ ପାଇଁ।ବର୍ତମାନ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦିଗଦର୍ଶନରେ ରାଜନୀତିରେ ଆଗକୁ ବଢ଼ୁଛନ୍ତି। ସାରା ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିଛନ୍ତି । କେହି ବି ନେତା କେନ୍ଦ୍ର କ୍ୟାବିନେଟରେ ଏତେ ଲମ୍ବା ସମୟ ଧରି ମନ୍ତ୍ରୀ ପଦରେ ରହି ନାହାଁନ୍ତି।