
ନୂଆଦିଲ୍ଲୀ- କଂଗ୍ରେସ ପଂଜାବରେ ସେନା କର୍ଣ୍ଣଲ ପୁଷ୍ପେନ୍ଦ୍ର ସିଂହ ବାଠ ଓ ତାଙ୍କ ପୁଅଙ୍କୁ ମାରପିଟ୍ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଏହାସହିତ ପଟିୟାଲାର ଏସଏସପି ନାନକ ସିଂହଙ୍କୁ ସେଠାରେ ହଟାଇବା ଏବଂ ତାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ପାଇଁ ଦାବି କରିଛନ୍ତି । ଦଳ ପକ୍ଷରୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଆମ୍ ଆଦମୀ ପାର୍ଟି ସରକାରକୁ ଦୋଷୀ ବୋଲି କୁହାଯାଇଛି ।
କଂଗ୍ରେସ ପକ୍ଷରୁ ଏହି ପୂରା ଘଟଣାକୁ ଲଜ୍ଜାଜନକ ବୋଲି କୁହାଯିବା ସହ ଏହା ସବୁ ସେହି ସୀମାନ୍ତବର୍ତ୍ତୀ ରାଜ୍ୟରେ ହୋଇଛି, ଯେଉଁଠାରେ ସେନା ଓ ପୋଲିସ ମଧ୍ୟରେ ଅତ୍ୟନ୍ତ ତାଳମେଳ ରହିବା ଆବଶ୍ୟକ । ପଂଜାବରେ 35 ପ୍ରତିଶତ ଯବାନ ଚାଷୀ ପରିବାରରୁ ଆସିଥାନ୍ତି । ଯେଉଁ ଦେଶରେ ଜୟ ଯବାନ, ଜୟ କିଷାନ ନାରା ଦିଆଯାଏ, ସେଠାରେ ପଂଜାବର ଭଗବନ୍ତ ମାନ ସରକାର ଏବେ ମାରୋ ଯବାନ କୋ, ମାରୋ କିଷାନ କୋ କରିବାକୁ ଓହ୍ଲାଇ ଆସୁଛନ୍ତି ।