
ଭୁବନେଶ୍ୱର– କିସ୍ ସମ୍ପର୍କରେ ଯାହା ତଥ୍ୟ ଆସିଛି ସେଠାରେ ପ୍ରାୟ ୩୦,୦୦୦ ଆଦିବାସୀ ଛାତ୍ରଛାତ୍ରୀ ରହୁଛନ୍ତି। ସେମାନଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ରହିଛି ।ବିଭାବକ ସମୟେ ସମୟେ ମିଟିଂ କୁ ଆସନ୍ତି ,ସେମାନେ ବି ଇଛୁକ ଅଛନ୍ତି ତାଙ୍କ ପିଲା ଟାଉନ ରେ ଆସି ପାଠ ପଢନ୍ତୁ ବୋଲି। ସେମାନେ ସେଥିପାଇଁ କିସ୍ କୁ ବାଛିଥାନ୍ତି। ସେଠାରେ କଣ ସୁବିଧା ଅସୁବିଧା ଅଛି ଆଗାମୀ ଦିନରେ ଅଧିକା ଅନୁଧ୍ୟାନ କରିବୁ ବୋଲି ସ୍କୁଲ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ନିଶ୍ଚୟ ବିଭାଗ ପକ୍ଷରୁ ପିଲା ଭଲରେ ରହୁଛନ୍ତି କି ନାହିଁ ,ତାଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଠିକ୍ ଅଛି କି ନାହିଁ ଏ ସବୁ ଦେଖିବା କଥା। ବିଭାଗର ଏ ଦାୟିତ୍ୱ ରହିଛି । ଆଗାମୀ ଦିନରେ ଏ କଥାକୁ ଅନୁଧ୍ୟାନ କରିବୁ। ପ୍ରକୃତରେ ସେଠାରେ କଣ ସବୁ ବ୍ୟବସ୍ଥା ରହିଛି । ସେ ଦାୟିତ୍ୱ ବିଭାଗର ରହୁଛି । ଆଗାମୀ ଦିନରେ ଏ କଥା କୁ ଆମେ ନିଶ୍ଚୟ ପ୍ରାଧାନ୍ୟ ଦେବୁ ।