
-
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ୍
-
୨୦୨୨ ସୁଦ୍ଧା ଦ୍ୱିଗୁଣିତ ହେବ ଚାଷୀଙ୍କ ଆୟ
ନୂଆଦିଲ୍ଲୀ/ଭୁବନେଶ୍ୱର -କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଶନିବାର ଦିନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଶର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟମ ବର୍ଗଙ୍କ ପାଇଁ ଆୟକର ଉପରେ ରିହାତି ଘୋଷଣା କରିଛନ୍ତି । ୫ ଲକ୍ଷ ଟଙ୍କାର ଆୟ ଉପରେ ଆୟକର ଛାଡ୍ କରାଯାଇଛି । ୫ ଲକ୍ଷରୁ ୭.୫ ଲକ୍ଷ ପର୍ଯ୍ୟନ୍ତ ୧୦% ଆୟକର , ୭.୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୧୫% ,୧୦ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୨୦%, ୧୨ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୫% , ୧୫ଲକ୍ଷରୁ ଉର୍ଦ୍ଧ୍ୱ ଆୟକାରୀଙ୍କୁ ୩୦% ଆୟକର ଦାଖଲ କରିବାକୁ ହେବ । ଦେଶର ଅଭିବୃଦ୍ଧି ହାର ୧୦%କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ । ୧୫ ଲକ୍ଷ କୋଟି ଟଙ୍କାର କିଷାନ କ୍ରେଡିଟ୍ କାର୍ଡରେ ଋଣ ଦିଆଯିବ । ଚାଷୀଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହା ବ୍ୟତୀତ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବ । ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବା ସହ ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଲୁଣି ପାଣିକୁ ପ୍ରକ୍ରିୟାକରଣ କରି ମଧୁର ଜଳ କରାଯିବ । ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ରାଜ୍ୟ ସହ ମିଶି ସ୍ମାର୍ଟ ସିଟି ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଆଇଡିବିଆଇ ର ଅଂଶଧନ ବିକ୍ରୀ କରାଯିବ । ସେହିଭଳି ଏଲଆଇସିର ୁ ସରକାର ପୁଂଜି ପ୍ରତ୍ୟାହାର କରିବେ । ସ୍ୱଚ୍ଛ ଭାରତ ପାଇଁ ୧୨,୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଡିଗ୍ରୀ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା କରାଯିବ । ଶିକ୍ଷା ବ୍ୟବସ୍ଥା ପାଇଁ ୯୯,୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଦକ୍ଷତା ବିକାଶ ପାଇଁ ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ସେହିପରି ରପ୍ତାନୀ ବଢାଇବା ପାଇଁ ନିର୍ବୀକ ଯୋଜନା , କୁଟୀର ଶିଳ୍ପର ପ୍ରୋତ୍ସାହନ , ଜାତୀୟ ଭିତିଭୂମି ପାଣ୍ଠି ଗଠନ କରାଯିବ । ଜାତୀୟ ଲଜିଷ୍ଟିକ୍ ପଲିସି କରାଯିବ । ରେଳବାଇର ଅବ୍ୟବହୃତ ଜମିରେ ସୋଲାର ପ୍ଲାଂଟ ପ୍ରତିଷ୍ଠା କରାଯିବ । ୨୭ ହଜାର କିମି ରେଳଲାଇନ୍ ର ବିଦ୍ୟୁତ୍ କରଣ , ୨୦୨୪ ସୁଦ୍ଧା ୧୦୦ଟି ବିମାନ ବନ୍ଦସର ପ୍ରତିଷ୍ଠା ହେବା ସହ ୧ଲକ୍ଷ ଗ୍ରାମ ପଂଚାୟତକୁ ଅପ୍ଟିକାଲ ଫାଇଭର ସହ ଯୋଡାଯିବ ବୋଲି ସେ ଘୋଷଣା କରିଛନ୍ତି । ମହିଳାମାନଙ୍କର ବିକାଶ ପାଇଁ ୨୮,୬୦୦ କୋଟି ଟଙ୍କା , ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସଂସ୍କୃତି ସମ୍ପର୍କିତ ଗବେଷଣା ପାଇଁ ମ୍ୟୁଜିୟମ୍ କରାଯିବ । ସହରାଂଚଳରେ ବିଶୁଦ୍ଧ ବାୟୁ ଯୋଗାଇ ଦେବା ପାଇଁ ୪,୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବଥିବା ଶ୍ରୀମତୀ ସୀତାରମଣ ଘୋଷଣାରେ କହିଥିଲେ ।
ସେହିପରି ଟିକସ ପାଇଁ ଆଇନ୍ ଅନୁଯାୟୀ ଟ୍ୟାକ୍ସ ଚାପ୍ଟରର ବ୍ୟବସ୍ଥା କରାଯିବ । ଉତର ପୂର୍ବାଂଚଳ ରାଜ୍ୟର ବିକାଶ ଉପରେ ପ୍ରାଥମିକତା ଦିଆଯିବ । ଜାତୀୟ କର୍ମନିଯୁକ୍ତି ଏଜେନ୍ସି ଗଠନ କରାଯିବ । ସରକାରୀ ବ୍ୟାଙ୍କ୍ ପାଇଁ ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସି ଗଠନ କରାଯିବା ସହ ୫ଟି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ବିକାଶ , ସଂସ୍କୃତିକୁ ପ୍ରୋତ୍ସାହନ ପାଇଁ ଡିମଡ୍ ୟୁନିଭରସିଟି ପ୍ରତିଷ୍ଠା ହେବ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବ । ଜାମ୍ମୁ କାଶ୍ମୀର ପାଇଁ ୩୦,୫୦୦ କୋଟି ଟଙ୍କା , ଲଦାଖ ପାଇଁ ୫,୯୦୦ କୋଟି ଟଙ୍କା , ଜି୨୦ ସମ୍ମିଳନୀରେ ୧୦୦ କୋଟି ଟଙ୍କାର ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ପୁଷ୍ଟିକର ଖାଦ୍ୟ ଯୋଜନାପାଇଁ ୩୫,୬୦୦ କୋଟି ଟଙ୍କା , ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବାକୁ ଚଳିତ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ଷ୍ଟାଟ୍ ଅପ୍ ପାଇଁ ଡିଜିଟାଲ ପ୍ଲାଟଫର୍ମର ବ୍ୟବସା୍ଥ କରାଯିବ । ଘରେ ଘରେ ସ୍ମାର୍ଟ ମିଟର ଲାଗିବ । ଶିଳ୍ପାନୁଷ୍ଠାନର ବିକାଶ ପାଇଁ ୩୭,୩୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।