
ଗଞ୍ଜାମ– ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଛି । ଏହି ସମୟରେ ବଜ୍ରପାତରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଶିହଳା ପଂଚାୟତ ଟାମଣା ଗ୍ରାମରେ ବିଲରେ କାମ କରୁଥିବା ବେଳେ କୁମାରୀ ମଲ୍ଲିକ (୫୦) ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।