
ଭୁବନେଶ୍ୱର– ମହାନଦୀ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେ ଦିନ ଆଉ ବିଜେଡିକୁ ଦାୟୀ କରିବେ। ସରକାର ଗୋଟେ ଦାୟିତ୍ୱବୋଧ । ଦାୟିତ୍ୱସମ୍ପନ୍ନ ସରକାର ଭାବେ କାର୍ଯ୍ୟ କରିବା କଥା। ମୁଖ୍ୟମନ୍ତ୍ରୀ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ। ମୁଖ୍ୟମନ୍ତ୍ରୀ ସବୁ ବିଷୟରେ ଅବଗତ ଅଛନ୍ତି। ପିଏସି କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ । ମହାନଦୀ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ଥିଲେ ମଧ୍ୟ ଆପୋଷ ସମାଧାନ କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତମାନ ଟ୍ରିପଲ ଇଞ୍ଜିନ ସରକାର ଅଛି । ତେଣୁ ସୁବିଧା ଅଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କିଛି ମାସ ତଳେ କହିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଜଣେଇବେ ବୋଲି ଆଶା କରୁଛୁ ।