
ଭୁବନେଶ୍ୱର– ଡିଲିମିଟେସନକୁ ନେଇ ବିଭିନ୍ନ ତଥ୍ୟଭିଜ୍ଞ ଓ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ବିଭିନ୍ନ ଆଶଙ୍କା ପ୍ରକାଶ ପାଉଛି। ଆଶଙ୍କାକୁ ନେଇ ମତାମତ ଆଦାନ ପ୍ରଦାନରେ ସମସ୍ୟା ନାହିଁ । ଏହାକୁ ନେଇ ମତାମତ ଦିଆଯାଇପାରିବ। ନବୀନ ପଟ୍ଟନାୟକ ମଧ୍ୟ ଏହି କଥା କହିଛନ୍ତି। ବିଭିନ୍ନ ରାଜ୍ୟର ଆଶଙ୍କା ଓ ସେମାନଙ୍କ ତଥ୍ୟ ବାବଦରେ ଅବଗତ ହେବୁ । ଓଡିଶାର ସ୍ୱାର୍ଥ ବାବଦରେ ବିଜେଡି ଚିନ୍ତା କରିବ । ଓଡିଶାର ସଂଖ୍ୟା କମିବାର ଆଶଙ୍କା ରହିଛି । ଯଦି ହୁଏ ବିଜେଡି ନିଶ୍ଚୟ ବିରୋଧ କରିବବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର।