
ଭୁବନେଶ୍ୱର– ରାଜ୍ୟରେ ବେଆଇନ୍ ବାଲି ଚାଲାଣ ରୋକିବା ପାଇଁ ବାଲି ଖାଦାନ ପରିଚାଳନା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି ଆସିଛି। ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି।
ଏସ୍ଓପି ଅନୁଯାୟୀ ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନ ହେବ। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ। କେଉଁ ଖାଦାନରୁ ବାଲି ଉତୋଳନ ହେବ, ତାହା ଚୟନ କରିବ ଏହି କମିଟି। ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସ୍ପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ୱ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ରହିବେ। ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ, ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଏହି କମିଟିର ଆବାହକ ରହିବେ ।