
ଭୁବନେଶ୍ୱର, ଆଜି ଲୋକସେବା ଭବନ ଠାରେ ଉତ୍ତର ପ୍ରଦେଶ ରାଜ୍ୟର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ବେବି ରାଣୀ ମୌର୍ୟ ଓଡ଼ିଶା ପରିଦର୍ଶନ ରେ ଆସି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ସଫଳତା ଉପରେ ବିଶଦ ଆଲୋଚନା କରିଛନ୍ତି। ଏହା ସହ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରର ପରିଚାଳନା ଉପରେ ମଧ୍ୟ ସେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଉତ୍ତର ପ୍ରଦେଶ ମହିଳା ଓ ଶିଶୁ କଲ୍ୟାଣଙ୍କ ଅଧୀନରେ ଚାଲୁଥିବା ସମସ୍ତ ଯୋଜନା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ।