
ପାଟଣା– ବିହାରର ବେଗୁସରାୟରେ ଅପରାଧୀମାନେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ମୁଜରାଫରପୁରର ସାଂସଦ ଡ.ରାଜଭୂଷଣ ଚୌଧୁରୀଙ୍କ ମାମୁଁ ମଲିକ ସହନୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗୁଳିମାରିଛନ୍ତି । ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଦର ହସ୍ପିଟାଲ ବେଗୁସରାୟରେ ଭର୍ତ୍ତି କରାଯାଇଛି । ଚେରିୟା ବରିୟାରପୁର ଥାନା ଅଂଚଳର କୁମ୍ଭୀ ଗାଁ ସ୍ଥିତ ଭଗବତୀ ସ୍ଥାନ ଛକରେ ଏହି ଘଟଣା ଘଟିଛି । ମଲିକ ତାଙ୍କ ଦୋକାନ କରୁଥିବା ସମୟରେ ତାଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ ।ଗୁଳି ସହନୀଙ୍କ ଗୋଡରେ ବାଜିଥିଲା ଏବଂ ସେ ବେହୋସ ହୋଇ ପଡିଯାଇଥିଲେ । ଏହାପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି । ସହନୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।