
ନୂଆଦିଲ୍ଲୀ– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଶ୍ୱାସ ଯେ, ଭାଷା ନାମରେ ଦେଶରେ ଚାଲୁଥିବା ବିଭାଜନ ରାଜନୀତିକୁ କାଟିବା ପାଇଁ ସାମଜିକ ସଙ୍ଗଠନ ଆଗକୁ ଆସିବା ଉଚିତ । ସେହିପରି ପରିସୀମନ ପ୍ରସଙ୍ଗରେ ଉତର ଭାରତ ବନାମ ଦକ୍ଷିଣ ଭାରତ ବିଷୟ ଉପରେ ସଂଘ କହିଛି ଯେ, କୃହମନ୍ତ୍ରୀ ଏହା ଉପରେ ଆଶ୍ୱାସନା ଦେଇଛନ୍ତି ଯେ, ଲୋକସଭା ସିଟର ଅନୁପାତ ପୂର୍ବପରି ରହିବ । ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଆଜିଠାରୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆରମ୍ଭ ତିନି ଦିବସୀୟ ବୈଠକରେ ସଂଘର କାର୍ଯ୍ୟ ବିସ୍ତାର ଓ ଦୃଢିକରଣର ଲେଖାଯୋଖା ପ୍ରସ୍ତୁତ କରାଯାଇଛି । ବୈଠକର ଶୁଭାରମ୍ଭ ଆଜି ସକାଳ 9ଟା ବେଳେ ସରସଂଘଚାଳକ ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତ୍ତୋତ୍ରେୟ ହୋସବାଲେ ଭାରତ ମାତାଙ୍କ ଚିତ୍ରରେ ପୁଷ୍ପାର୍ଚ୍ଚନା କରି କରିଛନ୍ତି । ବୈଠକରେ ପ୍ରାୟ 1450 ପ୍ରତିନିଧି ଉପସ୍ଥିତ ଅଛନ୍ତି ।