
ଭୁବନେଶ୍ୱର– ବିଶ୍ୱ କବିତା ଦିବସରେ ଓଡ଼ିଆ କାବ୍ୟକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜର ବାସ୍ତବତାକୁ ଭାବନାତ୍ମକ ଢ଼ଙ୍ଗରେ ପରିପ୍ରକାଶ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ‘କବିତା’। ନିଜର କାଳଜୟୀ ରଚନା ମାଧ୍ୟମରେ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଭାଷା, ସାହିତ୍ୟର ଗରିମା ବୃଦ୍ଧି କରିବାରେ ବହୁମୂଲ୍ୟ ଅବଦାନ ରଖିଥିବା କବିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ କାବ୍ୟକୁ ଆହୁରି ସମୃଦ୍ଧ କରିବା ସହ ଏହାର ପ୍ରଚାର ପ୍ରସାର ପାଇଁ ‘ବିଶ୍ୱ କବିତା ଦିବସ’ ଅବସରରେ ସଂକଳ୍ପବଦ୍ଧ ହେବା।