
ଜୟପୁର– ଜୟପୁର ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା, ରାସ୍ତା ଅବରୋଧ ହଟାଇବା, ଯଥାଶୀଘ୍ର ଜଗନ୍ନାଥ ସାଗରର ପୁନରୁଦ୍ଧାର ଏବଂ ଜୟପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଆନୁସଙ୍ଗିକ ବ୍ୟବସ୍ଥା ସୁଧାରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଜୟପୁର ସିଟିଜେନ୍ କମିଟି ପକ୍ଷରୁ ଏସଡିପିଓ ପାର୍ଥ କାଶ୍ୟପଙ୍କ ଉପସ୍ଥିତିରେ ଜୟପୁର ଉପଜିଲ୍ଲାପାଳ ଆକବରମ ସସ୍ୟା ରେଡ୍ଡୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ସମୟରେ ସଂଗଠନର ଉପସଭାପତି ମଦନମୋହନ ନାୟକ ଓ ଦେବେନ୍ଦ୍ର ବାହିନୀପତି, ସୁବାସ ଚନ୍ଦ୍ର ପଣ୍ଡା, ଭବାନୀ ଚରଣ ଆଚାର୍ଯ୍ୟ, ଗୈାରହରି ନାୟକ, ଅଭିମନ୍ୟୁ ଭଟ୍ଟମିଶ୍ର, ପରମେଶ୍ବର ପାତ୍ର, ରବିନାରାୟଣ ନନ୍ଦ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।