
ନୂଆଦିଲ୍ଲୀ– ଏସିଆନ ଦେଶ ଗୁଡିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା କରିବା ନିମନ୍ତେ ବ୍ୟାପକ ରଣନୀତି ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ବୈଠକର ଉଦ୍ଦେଶ୍ୟ ଏସିଆନ ଦେଶ ଗୁଡିକର ପ୍ରତିରକ୍ଷା ବଳ ଏବଂ ସେମାନଙ୍କର ସମ୍ବାଦ ଭାଗିଦାରୀର ଅନୁଭବ ବ୍ୟକ୍ତ କରିବା ଥିଲା । ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ କହିଛନ୍ତି ଯେ, ଆତଙ୍କବାଦ ଲଗାତାର ଚ୍ୟାଲେଞ୍ଜ ହୋଇ ଛିଡା ହେଉଛି, ଯାହାର ବିପଦ ଲଗାତାର ସୀମା ଉଲ୍ଲଙ୍ଘନ କରୁଛି ।
ଆତଙ୍କବାଦ ପ୍ରସଙ୍ଗ ଉପରେ ଏସିଆନ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ -ପ୍ଲସ (ଏଡିଏମଏମ- ପ୍ଲସ) ବିଶେଷଜ୍ଞ କାର୍ଯ୍ୟ ସମୂହ (ସିଟି ଉପାରେ ଇଡବ୍ଲୁଜି)ର ୧୪ ତମ ବୈଠକ ମାର୍ଚ୍ଚ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ବୈଠକରେ ଏସିୟାନ ସଚ୍ଚିବାଳୟ, ଏସିୟାନ ଦେଶ ଗୁଡିକ ଯଥା, ଲାଓ ପିଡିଆର, ମାଲେଶିୟା, ଇଣ୍ଡୋନେଶିୟା, ମ୍ୟାଂମାର, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଫିଲିପିନ୍ସ ଏବଂ ଭିଏତନାମ, ଏଡିଏମଏମ- ପ୍ଲସ ସଦସ୍ୟ ରାଷ୍ଟ୍ର ଗୁଡିକ ମଧ୍ୟରେ ଚୀନ୍, ଆମେରିକା, ରୁଷ୍, ଅଷ୍ଟ୍ରେଲିଆ, ଜାପାନ ଏବଂ କୋରିଆ ଗଣରାଜ୍ୟର ପ୍ରତିନିଧିମଣ୍ଡଳିମାନେ ଅଂଶଗ୍ରହଣ କରିଥିଲେ । ବୈଠକ ଅବସରରେ ଭାରତ ଏବଂ ମାଲେଶିୟା ୨୦୨୪- ୨୭ ନିମନ୍ତେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ୨୦୨୬ ରେ ମାଲେଶିୟାରେ ବିଶେଷଜ୍ଞ କାର୍ଯ୍ୟ ସମୂହ ନିମନ୍ତେ ଟେବୁଲ୍ – ଟପ୍ ଅଭ୍ୟାସ ଏବଂ ୨୦୨୭ ରେ ଭାରତରେ କ୍ଷେତ୍ର ପ୍ରଶିକ୍ଷଣ ଅଭ୍ୟାସ ଆୟୋଜିତ କରାଯିବା ନେଇ ଘୋଷଣା କରାଯାଇଛି ।