ବଲାଙ୍ଗିର- ବଲାଙ୍ଗିର ରେଲୱେ ଷ୍ଟେସନର ୧ ନଂ ପ୍ଲାଟଫର୍ମ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାମ ସୁମନ ମଣ୍ଡଳ । ସୁମନଙ୍କ ଘର ପଶ୍ଚିମବଙ୍ଗର ଭରତପୁରରେ ।
ନିକଟରେ ସୁମନ ଓ ତାଙ୍କର ୪ ଜଣ ସାଙ୍ଗ ଏକ ବାହାଘର ଉତ୍ସବରେ ଯୋଗଦେବା ପାଇଁ ବଲାଙ୍ଗିର ଆସିଥିଲେ । ଆଜି ସେମାନେ ପଶ୍ଚିମବଙ୍ଗ ଯିବା ପାଇଁ ବଲାଙ୍ଗିର ରେଲୱେ ଷ୍ଟେସନକୁ ଆସିଥିଲେ । ହେଲେ ହଠାତ୍ ସୁମନ ମାନସିକ ଭାରସାମ୍ୟ ହରାଇ ଟ୍ରେନ୍ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ତାଙ୍କ ସାଙ୍ଗ ମାନେ କହିଛନ୍ତି । ଏଥିସହ ପୂର୍ବରୁ ସୁମନଙ୍କ ମାନସିକ ଅବସ୍ଥା ଭଲ ନଥିବା କାରଣରୁ ସେ ନ୍ୟୁରୋ ବିଭାଗରେ ଚିକିତ୍ସା ହେଉଥିଲେ । ଖବର ପାଇ ଜିଆରପି ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।