
ଭୁବନେଶ୍ୱର- ଥଣ୍ଡା ବୋତଲ ଭିତରେ ଦେଶୀ ମଦ ପୂରାଇ ବିକ୍ରୀ ଚାଲିଥିବା ବେଳେ ଅବକାରୀ ଟିମ୍ ଚଢାଉ କରିଛି। ଭୁବନେଶ୍ୱର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ବିଭିନ୍ନ କମ୍ପାନୀର ମୃଦୁପାନୀୟ ବୋତଲରେ ମଦ ବିକ୍ରି କରାଯାଉଥିଲା । ସ୍ନାକ୍ସ ଦୋକାନରେ ଏହି କାରବାର ଚାଲିଥିବା ବେଳେ ଏକ୍ସସାଇଜ ଟିମ୍ ପହଂଚି ଚଢାଉ କରିଛି। ଦୋକାନରେ ଚଢାଉ କରିବା ସହିତ କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିଛି । ଘଟଣାରେ ଦୋକାନ ମାଲିକ ସମତେ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।