
ଭୁବନେଶ୍ୱର– କଟକ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ଲିଖିତ ଉତରରେ ଏହା ଜଣାଇଛନ୍ତି।
ମନ୍ତ୍ରୀ କହିଛନ୍ତି ବାଲିଯାତ୍ରା ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ୟୁନିସ୍କୋର ପ୍ରକ୍ରିୟା ଅନୁଯାୟୀ ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ଦସ୍ତାବିଜ ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ କରୁଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଅନୁମୋଦିତ ପ୍ରଣାଳୀ ଅନୁଯାୟୀ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରି ୟୁନିସ୍କୋରେ ଉପସ୍ଥାପନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।