
ଭୁବନେଶ୍ୱର– ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.ଷ୍ଟାଲିନ୍ ଙ୍କ ଦ୍ୱାରା ଆହୁତ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବୈଠକରେ ବିଜୁ ଜନତା ଦଳ ତରଫରୁ ଡ଼ ଅମର ପଟ୍ଟନାୟକ ଓ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେବେ । ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ୮ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ଭାରତ ବର୍ଷର ୮ ରାଜ୍ୟ କାଲି ଏକାଠି ହେବେ। ଆମେ ଜନ ସଂଖ୍ୟା ନିୟନ୍ତ୍ରଣ କରିପାରିଛୁ, ରାଜନୈତିକ ପ୍ରତିନିଧିତ୍ୱ ସଂସଦ ଓ ନିର୍ବାଚିତ କ୍ଷେତ୍ର ଏହା ପାଇଁ ପ୍ରଭାବିତ ହେବାକୁ ଯାଉଛି। ଏ ବିଷୟରେ ଆସନ୍ତାକାଲି ଅଧିକ ଚର୍ଚ୍ଚା ହେବ। ଓଡ଼ିଶାର କଣ କ୍ଷତି ହେବ ତାହା ହିଁ କାଲି ସ୍ପଷ୍ଟ ହେବ। କେନ୍ଦ୍ରକୁ ମଧ୍ୟ ଆମେ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ସାହାଯ୍ୟ କରିଛୁ। ବିଜେଡି ଷ୍ଟାଣ୍ଡ ଆସନ୍ତାକାଲି ସେଠାରେ କହିବୁ। ଆମେ ଏକ ସ୍ୱତନ୍ତ୍ର ରାଜ୍ୟ, ଆମେ ଆଶା କରିବୁ ଡି ଲିମିଟେସନ ହେବାକୁ ଯାଉଛି ଆମ ରାଜ୍ୟ ସାହାଯ୍ୟ ପାଇବ। ଯାହା ଆଉଟପୁଟ ହେବ ତାହା ହିଁ ଜଣାଇବୁ। ଆମ ନେତା ନବୀନ ପଟ୍ଟନାୟକଙ୍କ ଭିଜନ କ୍ଲିୟର ଓଡିଶା ସ୍ୱାର୍ଥ ପାଇଁ ଆମ ଷ୍ଟାଣ୍ଡ କ୍ଲିୟର।