
ଭୁବନେଶ୍ୱର– ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡି ଲିମିଟେସନ ବୈଠକରେ ଯୋଗ ଦେବା ପାଇଁ ବିଜେଡି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସେଠାକୁ ପଠାଇଛି। ଏସମ୍ପର୍କରେ ଅମର ପଟ୍ଟନାୟକ କହିଛନ୍ତି ଯେ ଡି ଲିମିଟେସନ ଏବେର ପରିଭାଷା ଜନ ସଂଖ୍ୟା ଉପରେ ହିଁ ସୀମିତ। ତାର ଟର୍ମ ଆଣ୍ଡ କଣ୍ଡିସନ ଉପରେ ଆଲୋଚନା କରାଯାଇ ନାହିଁ। କିନ୍ତୁ ଯେତେବେଳେ କରାଯିବ ଏବଂ ସେହି କ୍ରାଇଟେରିଆ ରଖାଯିବ ଯଦି ଓଡ଼ିଶାର ହାନି ହେବ ତେବେ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ନବୀନ ପଟ୍ଟନାୟକ ଆଗକୁ ଆସିବେ। କଣ ହେବ ନାହିଁ ତାହା ସ୍ପଷ୍ଟ ଏବେ ନାହିଁ। ଯଦି ଜନସଂଖ୍ୟା କେବଳ କ୍ରାଇଟେରିଆ ରଖାଯାଏ ତେବେ ଓଡିଶାର ହାନି ହେବ।
ବିଜେଡି ଇଡି ମେଂଟ ଆଡ଼କୁ ଢଳୁଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହା କେବଳ ଏକ ଡି ଲିମିଟେସନ ଉପରେ ଚର୍ଚା। କୌଣସି ପଲିଟିକାଲ ଲିଙ୍କ କରିବା ଉଚିତ ନୁହେଁ। ଓଡ଼ିଶାର ସ୍ୱାର୍ଥ ପାଇଁ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଯାହା ହୋଇପାରିବ ତାହା କରାଯିବ।